Home Our Berhampur ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ, ରାଜସ୍ୱ ଆଦାୟ ଓ ବିଭିନ୍ନ ଜମିଜମା...

ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ, ରାଜସ୍ୱ ଆଦାୟ ଓ ବିଭିନ୍ନ ଜମିଜମା ସମସ୍ୟା ନେଇ ସମୀକ୍ଷା

ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ରବିବାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ ପର୍ଯ୍ୟବେକ୍ଷକ ପ୍ରମୁଖ ଯୋଗଦେଇ ଉପଖଣ୍ଡସ୍ତରୀୟରେ କିପରି ରାଜସ୍ୱ ଆଦାୟ କରାଯାଇପାରିବ ସେଥିନେଇ ସମୀକ୍ଷା କରାଯାଇଥିଲା । ମୁଖ୍ୟତଃ ଜମି କିଣାବିକା, ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ଗୁଡ଼ିକରେ ନାମଫଳକ ଲଗାଇବା, ପାଚେରୀ ନିର୍ମାଣ କରିବା, ଗୁରତ୍ୱପୁର୍ଣ୍ଣ ସରକାରୀ ଜମିରେ ପାଚେରୀ ନିର୍ମାଣ କରିବା ଏବଂ ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତି ରାଜସ୍ୱ କାର୍ଯ୍ୟ ଗୁଡ଼ିକ ସୁବିଧାରେ ଉପଲବ୍ଧ କରାଇବା, ଜମି ପଟା ଠିକ୍ ସମୟରେ ପ୍ରଦାନ କରିବା ନେଇ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା । ସରକାରଙ୍କ ରାଜସ୍ୱ ପରିଚାଳନାର ସଠିକ୍ ରୂପାୟନ ନିମନ୍ତେ ନିଜ ନିଜ ତହସିଲ ଅଧିନରେ ସମାଧାନ ଶିବିର କରି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ଏଠାରେ ଉପଜିଲ୍ଲାପାଳ ଭାଉସାହେବ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଉପସ୍ଥିତ ଥିଲେ ।