
ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଏବଂ ଜଣକର ମୃତ୍ୟୁ ଘଟିବା ପରେ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୁର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍ଫ୍ରେନ୍ସିଂ ମାଧ୍ୟମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ସାଂସଦ ଓ ଜିଲ୍ଲାର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । କରୋନା ଭୁତାଣୁ ସ୍ଥିତି ନେଇ ଏଠାରେ ବିଷଦଭାବେ ଆଲୋଚନା କରାଯାଇଥିଲା । ଗଂଜାମରେ ଆଉଏକ କୋଭିଦ ହସ୍ପିଟାଲ୍ ପ୍ରତିÂା କରିବାକୁ ବାଚସ୍ପତି ପାତ୍ର ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି । ଆଗକୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହସ୍ପିଟାଲ୍ ପ୍ରତିÂା ଦିଗରେ ପଦକ୍ଷେପ ନିଆଯାଉ ବୋଲି ବାଚସ୍ପତି ପାତ୍ର କହିଛନ୍ତି । ଏହା ସହ ଗ୍ରାମାଂଚଳରୁ ଦୁରରେ ସଂଗରୋଧ କେନ୍ଦ୍ର ପ୍ରତିÂା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ବୈଠକ ପରେ ଗଂଜାମ ଜିଲ୍ଲାପାଳ କୁଲାଂଗେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦ ହଜାର ଲୋକ ସଂଗରୋଧ କେନ୍ଦ୍ରରେ ଅଛନ୍ତି । ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଛି । ଗଂଜାମ ଜିଲ୍ଲାରେ ୨ ହଜାର ୯୮୩ଟି କେନ୍ଦ୍ର ପ୍ରସ୍ତୁତ ହୋଇ ରହିଛି ବୋଲି ଜିଲ୍ଳାପାଳ କୁଲାଂଗେ ପ୍ରକାଶ କରିଛନ୍ତି । ସଂଗରୋଧ କେନ୍ଦ୍ରରୁ ଯେପରି କେହି ଖସି ନଯିବେ ସେଥିନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।






