ମହାରାଷ୍ଟ୍ରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଟିଟିଲାଗଡ଼ରେ ଓହ୍ଲାଇ ବସ ଯୋଗେ ଗଂଜାମ ଜିଲ୍ଳା ପଂହଚିଲେ ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ ।

କରୋନା କଟକଣା ଯୋଗୁଁ ବାହାର ରାଜ୍ୟରେ ବହୁ ପ୍ରବାସୀ ଓଡ଼ିଆ ଫଶି ରହିଛନ୍ତି । କାରଖାନା ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବା ଫଳରେ କାମ କରିବାକୁ ଯାଇଥିବା ଶ୍ରମିକମାନେ ବେରୋଜଗାର ସହ ଅସହାୟ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ବହୁ ଶ୍ରମିକ ଗଂଜାମ ଜିଲ୍ଲାକୁ ଫେରିଛନ୍ତି । ରବିବାର ମହାରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବହୁ ପ୍ରବାସୀ ଓଡ଼ିଆ ଟିଟିଲାଗଡ଼ରେ ପହଂଚିଛନ୍ତି । ଏହି ଟ୍ରେନ୍ରେ ଗଂଜାମ ଜିଲ୍ଳାର ବହୁ ଶ୍ରମିକ ରହିଛନ୍ତି । ଶ୍ରମିକମାନଙ୍କୁ ବସ୍ଯୋଗେ ଗଂଜାମ ଜିଲ୍ଲାକୁ ପଠାଇଦିଆଯାଇଥିବା ସୁଚନା ମିଳିଛି । ଆଗକୁ ମଧ୍ୟ ଅନ୍ୟାନ୍ୟ ରାଜ୍ୟରୁ ଏପରି ପ୍ରବାସୀ ଓଡ଼ିଆ ନିଜ ନିଜ ଜିଲ୍ଲାକୁ ଫେରିବେ ବୋଲି ସୁଚନା ମିଳିଛି ।