Home Our Berhampur ୧.୫ଏମ୍ଏମ୍ ବିଶିଷ୍ଟ ଗଣେଷ ମୂର୍ତ୍ତି ଗଢ଼ି ରେକର୍ଡ କରିବାପାଇଁ ଆଶା ରଖିଛନ୍ତି ବାଲୁକା ଶିଳ୍ପୀ ସତ୍ୟ...

୧.୫ଏମ୍ଏମ୍ ବିଶିଷ୍ଟ ଗଣେଷ ମୂର୍ତ୍ତି ଗଢ଼ି ରେକର୍ଡ କରିବାପାଇଁ ଆଶା ରଖିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା

ବାଲୁକା ଶିଳ୍ପୀ ସତ୍ୟ ମହାରଣା ପୂର୍ବରୁ ଛୋଟ ରଥ ନିର୍ମାଣ କରି ରେକର୍ଡ କରିଥିବାବେଳେ ପୁଣି ଥରେ ସେ ଗଣେଷ ପୂଜାପାଇଁ ୧.୫ଏମ୍ଏମ୍ ବିଶିଷ୍ଟ ଗଣେଷ ମୂର୍ତ୍ତି ଗଢ଼ି ରେକର୍ଡ କରିବାପାଇଁ ଆଶା ରଖିଛନ୍ତି । ଏହାସହ ସେ ଅଦରକାରୀ ସାମଗ୍ରୀ ତଥା ଚିରାଫଟା ଖବରକାଗଜ, ପୁରୁଣା ରାକ୍ଷୀ ଓ ଅଠା ସାହାର୍ଯ୍ୟରେ ରଥାଋଢ଼ ଗଣେଷ ନିର୍ମାଣ କରିଛନ୍ତି । ଏହି ରଥର ଉଚ୍ଚତା ୭ ଇଂଚ, ଓସାର ୩ଇଂଚ ହୋଇଥିବା ଯୋଗୁଁ ଏହା ଦେଖିବାପାଇଁ ଆକର୍ଷଣୀୟ ଲାଗୁଛି । ଏଥିରେ ମୂଷା ସାରଥୀ ସାଜି ରଥକୁ ଟାଣୁଛି । ସତେ ଯେପରି ପ୍ରଭୁ ଗଣେଷ ବିଶ୍ୱ ବ୍ରହ୍ମାଣ୍ଡକୁ ବୁଲିବାକୁ ବାହାରୁଛନ୍ତି । ଏହି ମୂର୍ତ୍ତିକୁ ନିର୍ମାଣ କରିବାପାଇଁ ତାଙ୍କୁ ୩ଦିନ ସମୟ ଲାଗିଥିବା ସତ୍ୟ କହିଛନ୍ତି । ଏହି ପେପର ଗଣେଷ ଉଚ୍ଚତା ୪ଇଂଚ, ଓସାର ୩ ଇଂଚ ହୋଇଥିବା ଯୋଗୁଁ ଏହି ଛୋଟିଆ ଗଣେଷଟି ପୁଣି ଥରେ ବିଶ୍ୱରେକର୍ଡରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି । ଏପରି ଛୋଟ ଗଣେଷ ଗଢ଼ିଥିବା ଯୋଗୁଁ ସତ୍ୟଙ୍କୁ ବିଭିନ୍ନ ମହଲରୁ ଶୁଭ କାମନା ଜ୍ଞାପନ କରାଯାଇଛି ।