ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସଂଗରୋଧରେ ଥିବା ପ୍ରବାସି ଓଡିଆ ପରିବେଶ ସୁରକ୍ଷା ପାଇଁ ସଫା ସୁତୁରା କରୁଛନ୍ତି ବିଦ୍ୟାଳୟ ପରିସର ।

YouTube video

ସୁରାଟରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସଂଗରୋଧରେ ରହିଛନ୍ତି । ତେବେ ଏହି ଯାତ୍ରୀମାନେ ସଂଗରୋଧରେ ରହିବା ସହ ବିଦ୍ୟାଳୟର ପରିବେଶର ସୁରକ୍ଷା ପାଇଁ ସଫା ସୁତୁରା କରିଛନ୍ତି । ନିଜ ଇଛାରେ ଏହି ଯାତ୍ରୀମାନେ ବିଦ୍ୟାଳୟ ପରିସର ସଫେଇ କରିଥିଲେ । ଗ୍ରାମର ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୋଗୁଁ ଏଠାରେ ଏପରି ଯାତ୍ରୀମାନେ ସଫେଇ କରି ଖୁସି ଅନୁଭବ କରିଛନ୍ତି । ସେମାନଙ୍କ ପିଲା ପରି ଭାବି ସମସ୍ତ ଯାତ୍ରୀ ସ୍କୁଲ ପରିସର ସଫେଇ ସହ ବହି ଓ ପେପର ପଢୁଛନ୍ତି । ଯାତ୍ରୀମାନଙ୍କ ଏପରି ସ୍ୱଛତା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏଠାରେ ୬୮ଜଣ ପୁରୁଷ, ୨ଜଣ ମହିଳା ଓ ୨ଜଣ ଶିଶୁ ସଂଗରୋଧରେ ରହିଛନ୍ତି ।