Home Our Berhampur ସୁରାଟରୁ ଫେରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କରୋନା ପଜିଟିଭ ଚିହ୍ନଟ, ଜନସାଧାରଣ ସଂଗରୋଧ କେନ୍ଦ୍ର ନିକଟକୁ ନ...

ସୁରାଟରୁ ଫେରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କରୋନା ପଜିଟିଭ ଚିହ୍ନଟ, ଜନସାଧାରଣ ସଂଗରୋଧ କେନ୍ଦ୍ର ନିକଟକୁ ନ ଯିବାକୁ ଜିଲ୍ଳାପାଳଙ୍କ ନିଦେ୍ଧଁଶ ।

YouTube video

ଗଂଜାମ ଜିଲ୍ଳାରେ କରୋନା ପଜିଟିଭ ସଂଖ୍ୟା ୭୧କୁ ବୃଦ୍ଧି ପାଇଥିବା ଯୋଗୁଁ ବର୍ତ୍ତମାନ ଏହି ଜିଲ୍ଲା ଅରେଂଜ ଜୋନ୍ରୁ ରେଡ ଜୋନ୍ରେ ପରିଣତ ହୋଇଛି । ତେବେ ବ୍ରହ୍ମପୁର ମହାନଗରରୁ କେହି କରୋନା ଆକ୍ରାନ୍ତ ନୁହେଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ସୁରାଟରୁ ଫେରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ସ୍ୱାବ ପରୀକ୍ଷା ପରେ ଏପରି କରୋନା ପଜିଟିଭ ଚିହ୍ନଟ ହେଉଛି । ତେଣୁ କୌଣସି ଜନସାଧାରଣ ଯାତ୍ରୀମାନଙ୍କ ସଂଗରୋଧ କେନ୍ଦ୍ର ନିକଟରୁ ନ ଯିବାପାଇଁ ଜିଲ୍ଳାପାଳ କୁଲାଂଗେ ପରାମର୍ଶ ଦେଇଛନ୍ତି । ଏହି କେନ୍ଦ୍ର ଗୁଡ଼ିକରୁ ଦୁରେଇ ରହିଲେ କରୋନା ବୃଦ୍ଧି ହେବ ନାହିଁ ବୋଲି ଜିଲ୍ଲାପାଳ କୁଲାଂଗେ କହିବା ସହ ଯଦି କେହି ସଂଗରୋଧ କେନ୍ଦ୍ର ନିକଟରକୁ ଯାଆନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ କେନ୍ଦ୍ର ପାଖକୁ ଯାଉଥିବା ଲୋକମାନଙ୍କୁ ସଂଗରୋଧରେ ରଖାଯିବ ବୋଲି ସେ କହିଛନ୍ତି । କରୋନାରୁ ମୁକ୍ତି ପାଇବାକୁ ହେଲେ ସମସ୍ତେ ସମଦୁରତା ଅବଲମ୍ବନ କରିବା ସହ ମାକ୍ସ ପରିଧାନ କରିବା ଏବଂ ବିନା କାରଣରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ କୁଲାଂଗେ ନିବେଦନ କରିଛନ୍ତି ।