Home Our Berhampur ଗଂଜାମ ଜିଲ୍ଲାରେ ଗୋଟିଏ ଦିନରେ ୪୩ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଗଂଜାମ ଜିଲ୍ଲାରେ ଗୋଟିଏ ଦିନରେ ୪୩ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପଂହଚିଲା, ସମସ୍ତ ଆକ୍ରାନ୍ତ ସୁରାଟ ଫେରନ୍ତା ।

YouTube video

ଗଂଜାମ ଜିଲ୍ଲାରେ ଶୁକ୍ରବାର ପୁଣି ଥରେ ୧୯ଜଣ କରୋନା ପଜିଟିଭଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରେ ୩ଜଣ, କେନ୍ଦ୍ରାପଡ଼ାରେ ୫ଜଣ, ଖୋର୍ଦ୍ଧାରେ ଜଣେ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ ଦିନକରେ ୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଳାରେ ସର୍ବମୋଟ ୭୧ଜଣ କରୋନା ପଜିଟିଭ ହୋଇଥିବାବେଳେ ରାଜ୍ୟରେ ୨୭୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାର କରୋନା ପଜିଟିଭଙ୍କ ଚିକିତ୍ସା ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଦ ହସ୍ପିଟାଲ୍ରେ କରାଯାଉଥିବାବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ସ୍ୱାବ ପରୀକ୍ଷା କରାଯାଉଛି । ସାଧାରଣତଃ ସୁରାଟରୁ ଫେରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଏପରି କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କ ଦୃଷ୍ଟି ଦିଆଯାଇଛି ।