
କୁସୁମିସ୍ଥିତ ଆଦର୍ଶ ବିଦ୍ୟାଳୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ସଂଗରୋଧରେ ଥିବା ଯାତ୍ରୀମାନେ ଯେପରି ଏକାନ୍ତ ମନେ ନ କରନ୍ତି ସେଥିପାଇଁ ଏଠାରେ ପ୍ରତିଦିନ ସେମାନଙ୍କୁ ଯୋଗ ଓ ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଉଛି । ସମସ୍ତ ଯାତ୍ରୀ ଏହାକୁ ସ୍ୱାଗତ କରି ସରକାରଙ୍କ କଟକଣା ଅନୁଯାୟୀ ଏହି କେନ୍ଦ୍ରରେ ଶୃଙ୍ଖଳାର ସହ ରହି ଆସୁଛନ୍ତି । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ଯୋଗଗୁରୁ ମଧୁସୁଦନ ମିଶ୍ର ଏଠାରେ ଶେରଗଡ଼ ଓ ସାନଖେମୁଣ୍ଡି ଅଂଚଳର ୭୯ଜଣ ସୁରାଟ ଫେରନ୍ତାଙ୍କୁ ଏପରି ଯୋଗ ଓ ବ୍ୟାୟାମ ତାଲିମ ପ୍ରଦାନ କରୁଛନ୍ତି । ଏପରି ତାଲିମକୁ ନେଇ ଗଂଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି ।






