
ବ୍ରହ୍ମପୁରକୁ ପ୍ରତିଦିନ ଟ୍ରେନ୍ ଯୋଗେ ବହୁ ସୁରାଟ ଯାତ୍ରୀ ଆସୁଛନ୍ତି । ଏହି ଯାତ୍ରୀମାନେ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜିଲ୍ଳାର ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ବସ୍ଯୋଗେ ପଠାଯାଉଛି । ସଂଗରୋଧ କେନ୍ଦ୍ରରେ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କ ବ୍ୟବସ୍ଥା କରାଯାଉଛି । କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବର୍ତ୍ତମାନ ୧୪ଦିନ ସଂଗରୋଧ ବଦଳରେ ୨୧ଦିନ ଧରି ସମସ୍ତ ଯାତ୍ରୀଙ୍କୁ ରଖାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ।






