Home Our Berhampur ଗଂଜାମ ଜିଲ୍ଲାରେ ଏକାଥରକେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ପରେ କୋକୁଆ ଭୟ, ଜିଲ୍ଲାରେ କରୋନା...

ଗଂଜାମ ଜିଲ୍ଲାରେ ଏକାଥରକେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ପରେ କୋକୁଆ ଭୟ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୧ରେ ପଂହଚିଲା ।

YouTube video

ଗଂଜାମ ଜିଲ୍ଲାରେ ଗୁରୁବାର ଏକାଥରକେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ରହ୍ମପୁର ସମେତ ଜିଲ୍ଲାବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୂର୍ବରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଗଂଜାମ ଜିଲ୍ଲାରେ ସର୍ବମୋଟ ୨୧ଜଣ ପଜିଟିଭ ରହିଛନ୍ତି । ଏହି ସମସ୍ତ ସଂକ୍ରମିତ ବ୍ୟକ୍ତି ସୁରାଟ ଫେରନ୍ତା ବୋଲି ଜଣାପଡ଼ିଛି । ବର୍ତ୍ତମାନ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ଗଂଜାମ ଅରେଂଜ ଜୋନ ବଦଳରେ ରେଡ୍ ଜୋନ୍ରେ ପରିବର୍ତ୍ତନ ହୋଇଛି । ତେଣୁ ରେଡ ଜୋନ୍ ଅନୁଯାୟୀ ଏହି ଜିଲ୍ଲାରେ ସମସ୍ତ ପ୍ରକାର କଟକଣା ଜାରି ହୋଇଛି । ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଗଂଜାମ ଜିଲ୍ଲାବାସୀ ଅଧିକ ସଚେତନ ହେବା ଜରୁରୀ ହୋଇପଡ଼ିଛି । ବିନା କାରଣରେ ଘରୁ କେହି ନ ବାହାରିବାକୁ ନିର୍ଦେଶ ଜାରି ହୋଇଛି । ସେହିପରି ଜନସାଧାରଣ ମାକ୍ସ ପରିଧାନ କରିବା ସହ ସମଦୁରତା ରକ୍ଷା କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି ।