Home Bam Crime ବ୍ରହ୍ମପୁରରୁ ପ୍ରଥମଥର ପାଇଁ ବ୍ରାଉନ ସୁଗାର ଜବତ, ୨ଜଣ ଗିରଫ, ଭୂବନେଶ୍ୱରରୁ ଆଣି ବ୍ରହ୍ମପୁରରେ ବିକ୍ରି

ବ୍ରହ୍ମପୁରରୁ ପ୍ରଥମଥର ପାଇଁ ବ୍ରାଉନ ସୁଗାର ଜବତ, ୨ଜଣ ଗିରଫ, ଭୂବନେଶ୍ୱରରୁ ଆଣି ବ୍ରହ୍ମପୁରରେ ବିକ୍ରି

YouTube video

ବ୍ରହ୍ମପୁରରୁ ପ୍ରଥମଥର ପାଇଁ ବ୍ରାଉନ ସୁଗାର ଜବତ କରାଯାଇଛି । ଗୋଳନ୍ଥରା ଥାନା ଭାଲିଆଗଡ଼ ଗ୍ରାମର ବୁଡୁ ଦୋରା ଓ ସୋରଳ ଛକର ରଂଜନ ସାହୁଙ୍କଠାରୁ ଗୋସାଇଁନୁଆଗାଁ ଥାନା ପୋଲିସ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଉଭୟଙ୍କୁ ପୋଲିସ ପଚରା ଉଚୁରା କରିବା ଫଳରେ ସେମାନେ ଭୂବନେଶ୍ୱରରୁ ବ୍ରାଉନ ସୁଗର ଆଣି ଏଠାରେ ବିକ୍ରି କରୁଥିବା ସ୍ୱୀକାର କରିଥିଲେ । ଏସ୍ପିଙ୍କ ନିର୍ଦେଶକ୍ରମେ ଗୋସାଇଁନୁଆଗାଁ ଥାନା ପୋଲିସ ଖଜୁରିଆ ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏହି ବ୍ରାଉନ ସୁଗାର ଜବତ କରାଯାଇଥିଲା । ବୁଡୁ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ରଂଜନ ଜଣେ ଫାର୍ମାସିଷ୍ଟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।