ବିଭିନ୍ନ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଶାନ୍ତି ଶୃଂଖଳା ବଜାୟ ରଖି ଖୁସିରେ ରହୁଥିବା ପରିଲକ୍ଷିତ ।

YouTube video

ସୁରାଟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ କିଛି ଓଡ଼ିଆ ବିଶୃଙ୍ଖଳା ସୃଷ୍ଟି କରୁଥିବାବେଳେ ଅନେକ ସଂଗରୋଧ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରୁଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ୧୪ଦିନିଆ ସଂଗରୋଧକୁ ବହୁ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପ୍ରବାସୀ ଓଡ଼ିଆ ମାନୁଛନ୍ତି । ଏହିପରି କଲମ୍ବ ଗ୍ରାମର ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ସଂଗରୋଧ କେନ୍ଦ୍ରରେ ସକାଳୁ ଉଠି ଜାତୀୟ ସଂଗୀତ ଗାନ ସମୟରେ ସାମାଜିକ ଦୁରତା ରକ୍ଷା କରି ଖୁସିରେ ରହୁଥିବା ପରିଲକ୍ଷିତ ହୋଇଛି । ସମସ୍ତେ ମାକ୍ସ ପରିଧାନ କରିବା ସହ ଏଠାରେ କରୋନା ଯୋଗୁଁ ସମସ୍ତ ନିୟମକୁ ମାନି ରହି ଆସୁଛନ୍ତି । ଏପରି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି ।