ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରୁଛନ୍ତି ପ୍ରବାସି ଓଡ଼ିଆ, ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇବାପରେ ବସଯୋଗେ ନିଆଯାଉଛି ସଂଗରୋଧ କେନ୍ଦ୍ର ।

YouTube video

କରୋନା କଟକଣା ଯୋଗୁଁ ରାଜ୍ୟ ବାହାରେ ଫଶି ରହିଥିବା ଯାତ୍ରୀମାନଙ୍କୁ ପ୍ରତିଦିନ ଟ୍ରେନ୍ ଓ ବସ୍ଦ୍ୱାରା ଗଂଜାମ ଜିଲ୍ଲାକୁ ଅଣାଯାଉଛି । ଟ୍ରେନ୍ରେ ଆସୁଥିବା ପ୍ରବାସୀ ଓଡ଼ିଆମାନେ ବ୍ରହ୍ମପୁର ଉପଖଣ୍ଠସ୍ଥିତ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଉଛନ୍ତି । ମଂଗଳବାର ସୁରଥରୁ ଆଉ ଏକ ଟ୍ରେନ୍ ଯୋଗେ ୧୧୯୦ଜଣ ଯାତ୍ରୀ ଆସିଥିବା କୁହାଯାଇଛି । ସମସ୍ତ ଯାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଳା ପ୍ରଶାସନର ନିଷ୍ପତ୍ତି ଓ ସହଯୋଗକ୍ରମେ ବସ୍ରେ ସମସ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩ଟି ଟ୍ରେନ୍ ସୁରାଟରୁ ଆସିଥିବାବେଳେ ଆହୁରି ୨ଟି ଟ୍ରେନ୍ ଆସିବାର ସୁଚନା ମିଳିଛି । ଜିଲ୍ଳାର ୨୬୮ଟି କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୧୭ହଜାରରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଥିବା ସୁଚନା ମିଳିଛି । ବର୍ତ୍ତମାନ ବସ୍ରେ ଆସୁଥିବା ଯାତ୍ରୀମାନଙ୍କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସୁରାଟରୁ ସମସ୍ତେ ଟ୍ରେନ୍ ଯୋଗେ ଆସିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । କରୋନା ମୁକାବିଲା ସମୀକ୍ଷା ଅବସରରେ କୌଣସି ଯାତ୍ରୀ ସୁରାଟରୁ ଆସିଲେ କେବଳ ଟ୍ରେନ୍ ଯୋଗେ ଆସିପାରିବେ ବୋଲି ସେ କହିଛନ୍ତି ।