ଗଂଜାମ ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ଜଣକ ସୁରାଟ ଫେରନ୍ତା ବୋଲି ପ୍ରଶାସନର ସୂଚନା, ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୭୩କୁ ବୃଦ୍ଧ ।

YouTube video

ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଗଂଜାମ ଜିଲ୍ଳାରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଂଗଳବାର ପୁଣିଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁରାଟ ଫେରନ୍ତା ୧୮ବର୍ଷୀୟ ଯୁବକ ପଜିଟିଭଭାବେ ଚିହ୍ନଟ ହୋଇଥିବା କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ ରହିଛନ୍ତି । ଗଂଜାମ ଜିଲ୍ଳାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତ ଜନସାଧାରଣ ବିନା କାରଣରେ ଘରୁ ନ ବାହାରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ସକାଳ ୭ଟାରୁ ରାତ୍ର ୭ଟା ପର୍ଯ୍ୟନ୍ତ ଅରେଂଜ ଜୋନ ନିୟମ ଅନୁଯାୟୀ ଦୋକାନ ବଜାର ଖୋଲାଯାଉଛି । ତେବେ ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଲକ୍ ଡାଉନ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ବାହାରକୁ ବାହାରୁଥିବା ବ୍ୟକ୍ତିମାନେ ମୁହଁରେ ମାକ୍ସ ପରିଧାନ କରିବା ସହ ସାମାଜିକ ଦୁରତା ରକ୍ଷା କରିବାକୁ ନିବେଦନ କରାଯାଇଛି ।