
ଶନିବାର ମଧ୍ୟାହ୍ନରେ ବର୍ଷା ଲାଗି ରହିବା ଫଳରେ ଗୋଦାବରିଶ ନଗର ବନ୍ଧ ରାସ୍ତା ସମେତ ଅଶୋକ ନଗର, ଅରବିନ୍ଦ ନଗର ଅଂଚଳରେ ଆଁଠୁଏ ଆଁଠୁଏ ପାଣି ଜମି ରହିଥିଲା । ଫଳରେ ଜାତାୟତରେ ନାନା ସମସ୍ୟା ଦେଖାଦେଇଥିଲା । ଦୀର୍ଘବର୍ଷ ଧରି ଏହି ଅଂଚଳରେ ବର୍ଷା ହେଲେ ପାଣି ରାସ୍ତା ଉପରେ ଜମି ରହୁଛି । ତେଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡ଼ିଛି ।






