ଆସିକାର ମାଁ ଖମ୍ବେଶ୍ୱରୀଙ୍କ ଚୈତ୍ର ପର୍ବ ନିରାଡ଼ମ୍ବରଭାବେ ଉଦ୍ୟାପିତ ।

YouTube video

ଆସିକାର ଆଧ୍ୟାତ୍ରୀ ଦେବୀ ମାଁ ଖମ୍ବେଶ୍ୱରୀଙ୍କ ଚୈତ୍ର ପର୍ବ ରବିବାରଭାବେ ନିରାଡ଼ମ୍ବରଭାବେ ଉଦ୍ୟାପିତ ହୋଇଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ମାଁଙ୍କ ନିଜ ମନ୍ଦିର ବେଢ଼ା ଭିତରେ ଅସ୍ଥାୟୀ ମଣ୍ଡପରେ ପୂଜା କରାଯାଇଥିଲା । ପଥମେ ମାଁଙ୍କ ଆଳତୀ ଓ ଅନ୍ନ ଭୋଗ ପୂଜା କରାଯିବା ପରେ ରାତ୍ର ୧୦ଟାରେ ମାଁଙ୍କୁ ବେଡ଼ା ପରିକ୍ରମା କରାଯାଇଥିଲା । ସୋମବାର ମାଁ ଅସ୍ଥାୟୀ ମଣ୍ଡପରୁ ନିଜ ଘରକୁ ଫେରିଛନ୍ତି । ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟ ନାରାୟଣ ସ୍ୱାଇଁଙ୍କ ସମେତ ପୂଜକ ଓ କିଛି ସଦସ୍ୟଙ୍କୁ ନେଇ ଏହି ଯାତ୍ରା ଉଦ୍ୟାପିତ ହୋଇଥିଲା ।