
ଭଂଜନଗର ଅଂଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ତରଫରୁ ପ୍ରଂଶସନିୟ ପଦକ୍ଷେପ ଯୋଗୁଁ ବାଉଁଶଲୁଣ୍ଡି ବିଜୁ ସ୍ମୃତି ସଂସଦ ତରଫରୁ ୮୮ଜଣ ପୋଲିସ କର୍ମଚାରୀଙ୍କୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ସମ୍ମାନୀତ କରାଯାଇଥିଲା । ଭଂଜନଗର ବିଧାୟକ ତଥା ଜଂଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନାଧିକାରୀ ଏସ୍.କେ ସାହୁ, ଲିତା ରାଣୀ ପରିଡ଼ା, ସମୀର ବେହେରା, ରାଜେନ୍ଦ୍ର ପରିଡ଼ା, ନିରଂଜନ ଦାସ ଓ ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଏଠାରେ ସମ୍ମାନୀତ କରାଯାଇଥିଲା । ଏଥିରେ ଉପଜିଲ୍ଲପାଳ ରାଜେନ୍ଦ୍ର ମିଂଜ, ଗୋÂି ଉନ୍ନୟନ ଅଧିକାରୀ ଅନୀଲ ସେଠୀ, ରାଜସ୍ୱ ଅଧିକାରୀ ଆଲୋକ ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବିଜୁ ସ୍ମୃତି ସଂସଦର ସଭାପତି ସଂଗ୍ରାମ କେଶରୀ ଆରୁଖ, ସମ୍ପାଦକ ରାଜେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । କରୋନା ସଂକ୍ରମଣକୁ ଖାତିର ନ କରି ସମସ୍ତେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯୋଦ୍ଧାଭାବେ କାର୍ଯ୍ୟ କରୁଥିବାରୁ ଏଥିପାଇଁ ଏପରି ସମ୍ମାନୀତ କରାଯାଇଥିଲା ।






