କେରଳର ଏର୍ଣ୍ଣାକୁଲମ୍ରୁ ବହୁ ପ୍ରବାସୀ ଓଡ଼ିଆ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡ଼ିସ୍ଥିତ ସଂଗରୋଧ କେନ୍ଦ୍ରରେ ।

YouTube video

କେରଳର ଏର୍ଣ୍ଣାକୁଲମ୍ରୁ ବହୁ ପ୍ରବାସୀ ଓଡ଼ିଆ ବ୍ରହ୍ମପୁର ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇ ବସ୍ଯୋଗେ ଗଜପତି ଜିଲ୍ଲାରେ ପହଂଚିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡ଼ିସ୍ଥିତ ସଂଗରୋଧ କେନ୍ଦ୍ରରେ ୨ଟି ବସ୍ରେ ଆସିଥିବା ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କେନ୍ଦ୍ରରେ ରଖାଯାଇଛି । ଏହି କେନ୍ଦ୍ରରେ ପ୍ରବାସୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଗଜପତି ଏସ୍ପି ସାରା ଶର୍ମା, ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା, ବିଡିଓ ବଂଶୀଧର ଖୋସ୍ଲାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ୧୪ଦିନ ଧରି ସମସ୍ତଙ୍କୁ ସୁରକ୍ଷିତଭାବେ ରଖାଯିବ ବୋଲି ଗଜପତି ଏସ୍ପି ସାରା ଶର୍ମା ପ୍ରକାଶ କରିଛନ୍ତି ।