
କରୋନା ମହାମାରୀ ଯୋଗୁଁ ରାଜସ୍ଥାନର କୋଟାଠାରେ ଫଶି ରହିଥିବା ବହୁ ଛାତ୍ରଛାତ୍ରୀ ବ୍ରହ୍ମପୁରରେ ବସ ଯୋଗେ ପହଂଚିଛନ୍ତି । ନିଜ ଖର୍ଚ୍ଚରେ ସେମାନେ ବସ୍ ଭଡ଼ା କରି ପହଂଚିଥିବାବେଳେ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଛି । ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ବହୁ ଅଭିଭାବକ ମେଡ଼ିକାଲ୍ ଛକରେ ଅପେକ୍ଷା କରି ରହିଥିବା ପରିଲକ୍ଷିତ ହୋଇଥିଲା ।






