ଗୁଜରାଟରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶା ଅଭିମୂଖେ ଆସୁଛନ୍ତି ବହୁ ଯାତ୍ରୀ, ସଂଗରୋଧ କେନ୍ଦ୍ରରେ ବସଯୋଗେ ପଂହଂଚାଯାଉଛି ଜିଲ୍ଲା ପ୍ରଶାସନ ।

YouTube video

ଗୁଜରାଟରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବହୁ ଯାତ୍ରୀ ଓଡ଼ିଶା ଅଭିମୂଖେ ଆସିଛନ୍ତି । ଏହି ଯାତ୍ରୀମାନେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇଛନ୍ତି । ଗଂଜାମର ପ୍ରାୟ ୧୦୦୦ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଆସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ନ ରହି ଜଗନ୍ନାଥପୁରରେ ଟ୍ରେନ୍ ରହିଥିଲା । ଯାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ପରେ ସ୍ୱତନ୍ତ୍ର ବସ୍ଯୋଗେ ଗଂଜାମର ବିଭିନ୍ନ ଅଂଚଳର ଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ସଂଗରୋଧ କେନ୍ଦ୍ର ଗୁଡ଼ିକରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରଖାଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଗଂଜାମ ଏସ୍ପି ବ୍ରିଜେଶ ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଆର୍ଟିଓ ସଂଜୟ ବିଶ୍ୱାଳ, ମହାନଗର କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ବହୁ ଅଧିକାରୀ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ପହଂଚି ଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ।