
ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଭିଡିଓ କନ୍ଫ୍ରେନ୍ସିଂ ମାଧ୍ୟମରେ ହିଂଜିଳି, ଆସ୍କା, ସୋରଡ଼ା ଓ ପୋଲସରାଠାରେ ମଳ ଉପଚାର ପ୍ଲାଣ୍ଟର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସ୍କା ସାଂସଦ ପ୍ରମିଳା ବିଶୋୟୀ, ଆସ୍କା ବିଧାୟିକା ମଂଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।









