Home Regional ପ୍ରବାସି ଓଡିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା...

ପ୍ରବାସି ଓଡିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ, କୌଣସି ଯାତ୍ରୀ କେନ୍ଦ୍ର ବାହାରକୁ ଗଲେ ଆଇନ ଅନୁଯାୟୀ ପଦକ୍ଷେପ ।

YouTube video

କରୋନା ମହାମାରୀ କାରଣରୁ ସୁରାଟରୁ ପ୍ରତିଦିନ ବହୁ ଯାତ୍ରୀ ବସ୍ଯୋଗେ ଗଂଜାମ ଜିଲ୍ଲାକୁ ଆସୁଛନ୍ତି । ଯାତ୍ରୀମାନଙ୍କୁ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ୧୪ଦିନ ପାଇଁ ସଂଗରୋଧରେ ରଖାଯାଉଛି । ସଂଗରୋଧ କେନ୍ଦ୍ର ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ନିକଟରେ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୪ଦିନ ପରେ ଯାତ୍ରୀ ମାନଙ୍କୁ ନିଜ ନିଜ ଘରକୁ ଛଡ଼ାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ରବିବାର କେତେକ ସଂଗରୋଧ କେନ୍ଦ୍ରରେ କିଛି ଯାତ୍ରୀ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏହାପରେ ଜିଲ୍ଲାପାଳ ଓ ଏସ୍ପି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । କୌଣସି ଯାତ୍ରୀ କେନ୍ଦ୍ର ବାହାରକୁ ଗଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।