Home Bam Sports କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ବିଶୃଙ୍ଖଳିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ବିଶୃଙ୍ଖଳିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ ଗଂଜାମ ଜିଲ୍ଲାପାଳ ଓ ଏସ୍ପି ।

YouTube video

ବାହାର ରାଜ୍ୟରୁ କରୋନା ମହାମାରୀ ଯୋଗୁଁ ଆସୁଥିବା ଯାତ୍ରୀମାନେ ସରକାରଙ୍କ ନିୟମ ମାନିବା ଉଚିତ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରବିବାର କହିବା ପରେ ପ୍ରବାସୀ ଓଡ଼ିଆ ବିଶୃଙ୍ଖଳିତ ହେଲେ ସରକାରଙ୍କ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଓ ଗଂଜାମ ଏସ୍ପି ବ୍ରିଜେଶ ରାଏ ଟୁଇଟ ଯୋଗେ ସୁଚନା ଦେଇଛନ୍ତି । ନିୟମ ଉଲଂଘନ କରି ସଂଗରୋଧ କେନ୍ଦ୍ରରୁ କେହି ଫେରାର ହେବାକୁ ଉଦ୍ୟମ କଲେ ତାଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେଣୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସି ଓଡିଆମାନେ ନିଜ ନିଜର ସୁରକ୍ଷା ପାଇଁ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ସରକାରଙ୍କ ନିର୍ଦେଶ ଅନୁଯାୟୀ ଚଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି ।