କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ସରକାରଙ୍କ ନିୟମ ମାନିବା ଉଚିତ ବୋଲି କହିଲେ ମୁଖ୍ୟ ଶାସନ ସଚିବ ।

YouTube video

ବାହାର ରାଜ୍ୟରୁ କରୋନା ମହାମାରୀ ଯୋଗୁଁ ଆସୁଥିବା ଯାତ୍ରୀମାନେ ସରକାରଙ୍କ ନିୟମ ମାନିବା ଉଚିତ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରବିବାର ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ବସ୍ରେ ଆସୁଥିବା ଯାତ୍ରୀମାନେ ନିୟମ ଅନୁଯାୟୀ ଧାର୍ଯ୍ୟ ସିଟ୍ରେ ଆସିବାକୁ ପଡ଼ିବ । ଯଦି ଅଧିକ ଯାତ୍ରୀ ବସ୍ରେ ଆସନ୍ତି ଦେବେ ବସ୍କୁ ଜବତ କରାଯିବ ବୋଲି କୁହାଯାଇଛି । ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ବିଶୃଙ୍ଖଳିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କୌଣସି ସରକାରୀ ସହାୟତା ଦିଆଯିବ ନାହିଁ, ନିଜ ଜିଲ୍ଲାଠୁ ଦୁର ଜିଲ୍ଲାରେ ସଂଗରୋଧରେ ରଖାଯିବ ଏବଂ ଆବଶ୍ୟକ ପଡ଼ିଲେ ସଂଗରୋଧ ସମୟ ବୃଦ୍ଧି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସୁଚନା ଦେଇଛନ୍ତି । ନିୟମ ଉଲଂଘନ କରି ସଂଗରୋଧ କେନ୍ଦ୍ରରୁ କେହି ଫେରାର ହେବାକୁ ଉଦ୍ୟମ କଲେ ତାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି । ତେଣୁ ପ୍ରତି ଗ୍ରାମାଂଚଳରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସରପଂଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିବା ସେ କହିଛନ୍ତି । ତେଣୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସି ଓଡିଆମାନେ ନିଜ ନିଜର ସୁରକ୍ଷା ପାଇଁ ସରକାରଙ୍କ ନିର୍ଦେଶ ଅନୁଯାୟୀ ଚଳିବାକୁ ହେବ ବୋଲି କୁହାଯାଇଛି ।