
ସୁରାଟରୁ ଯାତ୍ରୀନେଇ ଗଂଜାମକୁ ଫେରୁଥିବା ଏକ ଯାତ୍ରୀବାହୀ ବସ୍ ଗଂଜାମ କନ୍ଧମାଳ ସୀମା କଳିଂଗା ଘାଟିରେ ଶୁକ୍ରବାର ସଂଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ବୁଗୁଡ଼ାର ଚିତ୍ତ ରଂଜନ ସେଠୀ ଓ ସଂତୋଷ ସେଠୀ । ସୁରାଟରୁ ଆସୁଥିବ ଶ୍ରୀ ପଟେଲ ବସ୍ ଚାଳକ ଘାଟି ରାସ୍ତା ସମ୍ପର୍କରେ ଅବଗତ ନଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଶନିବାର ରାତ୍ର ସମୟରେ ମଧ୍ୟ ସୁରାଟରୁ ଆସୁଥିବ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଘାଟିରେ ସାଇଡ୍ ଦେବାକୁ ଯାଇ ଏକ ମାଲ୍ ବୋଝେଇ ଟ୍ରକ୍ସହ ଧକ୍କା ଲାଗିଥିଲା । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି । ଘାଟିରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଗଂଜାମ ଜିଲ୍ଲାକୁ ଆସିବାପାଇଁ ରାସ୍ତା ପରିବର୍ତ୍ତନ କରାଯାଇଛି ।






