Home Breaking କେରଳରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରିଲେ ପ୍ରବାସି ଓଡ଼ିଆ, ବ୍ରହ୍ମପୁର ନିକଟ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ...

କେରଳରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରିଲେ ପ୍ରବାସି ଓଡ଼ିଆ, ବ୍ରହ୍ମପୁର ନିକଟ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଓହ୍ଲାଇବାପରେ ସ୍ୱତନ୍ତ୍ର ବସଯୋଗେ ଗଲେ ସଂଗରୋଧ କେନ୍ଦ ।

YouTube video

କେରଳରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବହୁ ଯାତ୍ରୀ ଓଡ଼ିଶା ଅଭିମୂଖେ ରବିବାର ଆସିଛନ୍ତି । ଏହି ଯାତ୍ରୀମାନେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ରେଳ ଷ୍ଟେସନ୍ ଓ ଖୋର୍ଦ୍ଧା ଷ୍ଟେସନ୍ରେ ଓହ୍ଲାଇଛନ୍ତି । ଗଂଜାମ ଓ କନ୍ଧମାଳରୁ ପ୍ରାୟ ୫୦୦ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଆସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ନ ରହି ଜଗନ୍ନାଥପୁରରେ ଟ୍ରେନ୍ ରହିଥିଲା । ଭୋର ସମୟରେ ଯାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ପରେ ସ୍ୱତନ୍ତ୍ର ବସ୍ଯୋଗେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ସଂଗରୋଧ କେନ୍ଦ୍ର ଗୁଡ଼ିକରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରଖାଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଗଂଜାମ ଏସ୍ପି ବ୍ରିଜେଶ ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଆର୍ଟିଓ ସଂଜୟ ବିଶ୍ୱାଳ, ମହାନଗର କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ବହୁ ଅଧିକାରୀ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସୁଚନା ଯୋଗ୍ୟ ଏହି ଟ୍ରେନ୍ରେ ଗଂଜାମର ୧୩୧ଜଣ, ବୌଦ୍ଧ ଜିଲ୍ଲାର ୬ଜଣ, ରାୟଗଡ଼ାର ୧୭ଜଣ, କୋରାପୁଟର ଜଣେ, ନବରଂଗପୁରର ୩ଜଣ ଓ କନ୍ଧମାଳର ୩୫୩ଜଣ ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡ଼ିଛି ।