
ଅଂଗଦାନ ମହତ୍ତ ଦାନର ବାର୍ତ୍ତା ନେଇ ମାର୍ୱାଡ଼ି ମହିଳା ସମିତି ତରଫରୁ ଖଲିକୋଟ କଲେଜ ନିକଟରୁ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ଏହି ରାଲି ମାଧ୍ୟମରେ ଅଂଗଦାନ ମହତ୍ତ ଦାନ, ସ୍ୱର୍ଗମେ ଚାହିଏ ସ୍ଥାନ, କିଜିଏ ଅଂଗଦାନର ବାର୍ତ୍ତା ନେଇ ଏକ ବିରାଟ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ମାର୍ୱାଡ଼ି ମହିଳା ସମିତିର ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାନୀ, ଇନର ହୁଇଲ କ୍ଲବ୍ର ସଭାନେତ୍ରୀ ସେନାଲି ହାଜ୍ରା, ସମ୍ପାଦିକା ଅମିତା ଦାସ, ଲୋକ ସମ୍ପର୍କ ଅଧିକାରୀ ରତ୍ନମଣୀ କଟନ, ସସ୍ମିତା ପ୍ରମୁଖ ଯୋଗଦେଇଥିଲେ । ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଶୋୟୀ, ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ସମେତ ସବୁଜ ବାହିନୀ, ଆଂଚଳିକ ବିକାଶ ପରିଷଦର ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ସର୍ବଭାରତୀୟ ସ୍ତରରେ ଅଂଗଦାନ ପାଇଁ ଏପରି ରାଲି ଆୟୋଜନ କରାଯାଇଥିଲା ।






