
ମେ ୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୩ୟ ପର୍ଯ୍ୟାୟ ଲକ୍ ଡାଉନ୍ କଟକଣା ୨ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଗଂଜାମ ଜିଲ୍ଲାରେ କଟକଣା ନିୟମ ଲାଗୁ ହୋଇଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଏହି ନିୟମ ଅନୁଯାୟୀ ଗଂଜାମ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଥିବା ଯୋଗୁଁ ଏଠାରେ ଗ୍ରୀନ୍ ଜୋନ୍ର ନିୟମ ବଳବତ୍ତର ରହିବ ବୋଲି ଜିଲ୍ଳାପାଳ କୁଲାଂଗେ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ତେବେ ପ୍ରତି କ୍ଷେତ୍ରରେ ମାକ୍ସ ପରିଧାନ ସହ ସମଦୁରତା ଅବଲମ୍ବନ ବାଧ୍ୟତା ମୂଳକ ବୋଲି ଜିଲ୍ଲାପାଳ କୁଲାଂଗେ କହିବା ସହ ମନ୍ଦିର, ମସ୍ଜିଦ୍ ଓ ମାଂଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ବୋଲି ସେ ପ୍ରକାଶ କରିଛନ୍ତି ।






