
ଦ୍ୱିତୀୟ ପର୍ଯ୍ୟାୟରେ ସୁରାଟରୁ ବସ୍ଯୋଗେ ପ୍ରାୟ ୧୦୮ଜଣ ପ୍ରବାସୀ ଓଡ଼ିଆ ଆସିକାରେ ପହଂଚିବାପରେ ସେମାନଙ୍କୁ ବରଗାଁ ପଂଚାୟତର କଲେଜ ଛକ ନିକଟରେ ଥିବା ଡିପଲ୍ ସ୍କୁଲ୍ରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେମାନଙ୍କ ସ୍ୱାବ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍ରେ ରଖାଯିବା ପରେ ନିଜ ଘରକୁ ଛଡ଼ାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ସୁଚନାଯୋଗ୍ୟ ବହୁ ଯାତ୍ରି ବସ୍ଯୋଗେ ଓଡ଼ିଶା ଅଭିମୂଖେ ଆସୁଛନ୍ତି ।






