
କରୋନା ମହାମାରୀ ସମୟରେ ବ୍ରହ୍ମପୁରର କର୍ମଜୀବୀ ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ଖବର ସଂଗ୍ରହ କରି ଆସୁଛନ୍ତି । କରୋନା ସମୟରେ ବ୍ରହ୍ମପୁରର ସମସ୍ତ ସାମ୍ବାଦିକ କରୋନାର ଟିକିନିଖି ଖବର ଜନସାଧାରଣଙ୍କ ନିକଟରେ ପହଂଚାଇ ପ୍ରୀୟପାତ୍ର ହୋଇଥିବାବେଳେ ସେମାନଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହୋଇଛି । ତେଣୁ ସାମ୍ବାଦିକମାନେ ନିଜେ ନିଜର ସୁରକ୍ଷା ପାଇଁ ସାନିଟାଇଜର ବ୍ୟବସ୍ଥା ଗ୍ରହଣ କରିଥିଲେ । ସମସ୍ତ ସାମ୍ବାଦିକ କରୋନା ଖବର ସଂଗ୍ରହ ସମୟରେ କିପରି ନିଜର ସୁରକ୍ଷା କରିପାରିବେ ସେଥିପାଇଁ ସାମ୍ବାଦିକମାନଙ୍କୁ ସାବୁନ, ମାକ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ମୟୁରୀ ଟାୱାର ଛକ ନିକଟରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ବିଶ୍ୱନାଥ ପଟନାୟକ ଓ ହେମାଂଗ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ସାମଗ୍ରୀ ପ୍ରଦାନ କରାଯାଇଥିଲା । ଶ୍ରମ ଦିବସ ଅବସରରେ ଅନୁରୁପ ସାମ୍ବାଦିକମାନଙ୍କ ଦ୍ୱାରା କରୋନା ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।






