ମହାରାଷ୍ଟ୍ର ପାଲଗଡ଼ଠାରେ ସାଧୁସନ୍ଥଙ୍କୁ ହତ୍ୟାକୁ ବଜରଂଗଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ଦୃଢ଼ ବିରୋଧ, ସିବିଆଇ ତଦନ୍ତ ଦାବି ।

YouTube video

ମହାରାଷ୍ଟ୍ରର ପାଲଗଡ଼ଠାରେ ସାଧୁ ସନ୍ଥଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବଜରଂଗଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏଥିନେଇ ଏକ ଦାବିପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଶୁକ୍ରବାର ପ୍ରଦାନ କରାଯାଇଥିଲା । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡାକ୍ତର ଭବାନୀ ଶଙ୍କର ଦାସ, ସଂଯୋଜକ ଗୌତମ ମହାରଣା, ସମ୍ପାଦକ ଡକ୍ଟର ଏ.ପି ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।