
ଶୁକ୍ରବାର ଅପରାହ୍ନରେ ଗଂଜାମ ଜିଲ୍ଲା ସମେତ ବ୍ରହ୍ମପୁରରେ ଘଡ଼ଘଡ଼ି, ବର୍ଷା ଓ ପବନ ଲାଗିରହିଥିଲା । କେତେକ ସ୍ଥାନରେ କୁଆ ପଥର ପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରାୟ ଏକଘଣ୍ଟା ଧରି ଏପରି ବର୍ଷା ପବନ ଲାଗି ରହିବା ଫଳରେ ନାନା ସମସ୍ୟା ଦେଖାଦେଇଥିଲା । ଫଳରେ ବହୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।






