
ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶନିବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପରେ ବୃଦ୍ଧ ବୃଦ୍ଧା ମାନଙ୍କୁ ପେନ୍ସନ୍ ଭତ୍ତା ବଣ୍ଟନ କରାଯାଇଥିଲା । ସେହିପରି ପରମଜ୍ୟୋତି ସିନେମା ହଲ୍ ଛକରେ ଡିଜିଟାଲ୍ ଡିସ୍ପ୍ଲେ ଓ ବିଜୁ ପଟନାୟକ ପାର୍କ ପାଶ୍ୱର୍ରେ ଭେଣ୍ଡିଂ ଜୋନ୍, ଗେଟ୍ ବଜାରରେ ମାଛ ମାର୍କେଟ, ଗୋକର୍ଣ୍ଣେଶ୍ୱର ମନ୍ଦିର ପାଶ୍ୱର୍ରେ ଭେଣ୍ଡିଂ ଜୋନ୍, ଗଜପତି ନଗରରେ ଚିତ୍ତ ବିନୋଦନ କେନ୍ଦ୍ର, ଇଂଜିନିୟରିଂ ସ୍କୁଲ୍ ଛକ ନିକଟରେ ସୋଲାର୍ ବସ୍ ଷ୍ଟପ୍, କମାପଲ୍ଲୀ ଛକ ନିକଟରେ ଆୟାମ୍ ବ୍ରହ୍ମପୁର ଏବଂ ଡିଜିଟାଲ୍ ଡିସ୍ପ୍ଲେର ଶୁଭ ଉଦ୍ଘାଟନ କରାଯିବା ସହ ଶିଳ୍ପାଂଚଳଠାରେ ସୋଲାର ବସ୍ଷ୍ଟପ୍ ଓ ପିଭିଏନ୍ ପେଟ୍ରୋଲ୍ ପମ୍ପ ଏବଂ ପୁରୁଣା ବସ୍ଷ୍ଟାଣ୍ଡ୍ଠାରେ ଡିଜିଟାଲ୍ ଡିସ୍ପ୍ଲେ ବୋର୍ଡର ଶୁଭ ଉଦ୍ଘାଟନ କରାଯାଇଥିଲା । ଗୋଇଲୁଣ୍ଡି ସାନବନ୍ଧଠାରେ ସୁଲଭ ଶୌଚାଳୟ ଏବଂ ରେଳ ଷ୍ଟେସନ୍ଠାରେ ଅନ୍ୟଏକ ସୁଲଭ ଶୌଚଳାୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର, ବିଜେଡ଼ି ନେତୃବୃନ୍ଦ ଓ ନିଗମ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ ।






