କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ଅଂଚଳ ସମେତ ୟୁଟିଭି କାର୍ଯ୍ୟାଳୟରେ ବିଶୋଧନ ସିଂଚନ ।

YouTube video

କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ବହୁଦିନ ଧରି ମହାନଗରର ବିଭିନ୍ନ ଅଂଚଳରେ ସୋଡିୟମ ହାଇପୋକ୍ଲୋରାଇଡ ସିଂଚନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁର ଗାନ୍ଧିନଗର ପ୍ରଥମ ଲାଇନସ୍ଥିତ ୟୁଟିଭି କାର୍ଯ୍ୟାଳୟ ତଥା ଡିଜିଟାଲ କମ୍ୟୁନିକେସନ ପରିସରରେ ଏପରି ବିଶୋଧନ ସିଂଚନ କରାଯାଇଥିଲା । ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭାଗର ବହୁ କର୍ମଚାରୀ ପହଂଚି ଏପରି ସିଂଚନ କରିଥିଲେ । କରୋନା ଭୁତାଣୁ ଯେପରି ନ ବ୍ୟାପିବ ସେଥିପାଇଁ ଅଗ୍ନିଶମ ବିଭାଗ ତରଫରୁ ମହାନଗର ନିଗମର ପରାମର୍ଶକ୍ରମେ ଏପରି ସିଂଚନ ଜାରି ରହିଛି । ଏହି ଅସମୟରେ କର୍ମଚାରୀମାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।