ରାଜ୍ୟରେ ଗୋଟିଏ ଦିନରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ, ୧୪୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୯୩କୁ ବୃଦ୍ଧ ।

ରାଜ୍ୟରେ ଆଉ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ୧୪ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଜଣେ, ଭୂବନେଶ୍ୱରର ୩ଜଣ, ବାଲେଶ୍ୱରର ୩ଜଣ ଓ ଭଦ୍ରକର ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ୧୪୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଏବେ ରାଜ୍ୟରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ଓ ଅନ୍ୟାନ୍ୟ ଯାତ୍ରୀଙ୍କୁ ୧୪ଦିନ ସଂଗରୋଧରେ ରହିବାପାଇଁ ବାଧ୍ୟତାମୂଳକ କରାଯାଇଛି । ଗଂଜାମ ଜିଲ୍ଳାରେ ଗୁରୁବାର ସଂଧ୍ୟା ସୁଦ୍ଧା ଏମ୍କେସିଜି ମେଡ଼ିକାଲ୍ କଲେଜକୁ ମିଶାଇ ୧୭ଶହ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିବାବେଳେ ଆସିଥିବା ରିପୋର୍ଟ ଅନୁସାରେ ୧୨୭୭ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ । ଜିଲ୍ଲା ପ୍ରଶାସନ ତରଫରୁ କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ଓ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୪ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି ।