କରୋନା ମହାମାରୀ ଯୋଗୁଁ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି ବ୍ରହ୍ମପୁର ଅଟୋ ଟେମ୍ପୋ ଚାଳକ. ସରକାରୀ ସହାୟତା ପାଇଁ ନିବେଦନ ।

YouTube video

କରୋନା ମହାମାରୀ ଯୋଗୁଁ ବ୍ରହ୍ମପୁର ଅଟୋ ଟେମ୍ପୋ ଚାଳକ ସଂଘର କର୍ମକର୍ତ୍ତାମାନେ ଏକମାସରୁ ଉଦ୍ଧ୍ୱର୍ ସମୟ ଧରି ବହୁ ଅସୁବିଧାରେ କାଳାତିପାତ କରୁଥିବା ଗୁରୁବାର ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଏମ୍ଏମ୍ ବେଗ୍ ପ୍ରକାଶ କରିଛନ୍ତି । ୧୫ଶହରୁ ଅଧିକ ଅଟୋ ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି । ତେଣୁ ଏ ଦିଗରେ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସୁଚନାଯୋଗ୍ୟ କରୋନା କଟକଣା ଯୋଗୁଁ ଟ୍ରେନ୍ ଓ ବସ୍ ସେବା ବନ୍ଦ ରହିବା ଫଳରେ ଏହି ଅଟୋ ଚାଳକମାନେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ।