ସୁରାଟରୁ ୪ଟି ବସ୍ଯୋଗେ ଫେରିଥିବା ଯାତ୍ରୀଙ୍କୁ ଧରାକୋଟ ଓ ଶେରଗଡ଼ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ସଂଗରୋଧ କୋଠରୀରେ ରଖିଲା ପ୍ରଶାସନ, ୨୨ଜଣଙ୍କୁ ପରୀକ୍ଷା ପାଇଁ ପଠାଗଲା ମେଡ଼ିକାଲ ।

YouTube video

ସୁରାଟରୁ ୪ଟି ବସ୍ଯୋଗେ ଫେରିଥିବା ଯାତ୍ରୀମାନଙ୍କୁ ଗଂଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ଧରାକୋଟ ଓ ଶେରଗଡ଼ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ସଂଗରୋଧ କୋଠରୀରେ ରଖାଯାଇଛି । ସମସ୍ତେ ୧୪ଦିନ ସଂଗରୋଧରେ ରହିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିର୍ଦେଶ ଦେଇଛନ୍ତି । ଶେରଗଡ଼ ବ୍ଲକ୍ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟରେ ୧୧୪ଜଣଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସମସ୍ତଙ୍କ ପରିଚୟ ଯାଂଚ ପରେ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇ ରଖାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ରହିବା ବ୍ୟବସ୍ଥା ସହ ଖାଦ୍ୟ ଓ ଜଳଖିଆ ପ୍ରଦାନ କରାଯାଇଛି । ଉକ୍ତ କେନ୍ଦ୍ରରେ ନୋଡାଲ ଅଧିକାରୀଭାବେ ରଂଜନ ବେହେରାଙ୍କ ସମେତ ଜଣେ ସ୍ୱାସ୍ଥ୍ୟ କର୍ମୀ, ଜଣେ ଫାର୍ମାସିଷ୍ଟ, ୨ଜଣ ଆଶା, ୪ଜଣ ପାଚିକା ସହାୟିକା, ୧୦ଜଣ ସ୍ୱେଛାସେବୀ ଓ ୫ଜଣ ସ୍ୱୟଂ ସହାୟକ ଗୋÂୀର କର୍ମକର୍ତ୍ତା ସେବାରେ ଅଛନ୍ତି । ଶେରଗଡ଼ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚାୟତ ନୋଡାଲ ଅଧିକାରୀ, ବିଡିଓ, ତହସିଲଦାର, ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଂଜନ ପୃଷ୍ଟି ଓ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ପ୍ରମୁଖ ଉପସ୍ଥିତ ରହି ରାତିରେ ସୁରାଟରୁ ଫେରିଥିବା ଯାତ୍ରୀମାନଙ୍କ ଆନୁସଂଗିକ ବ୍ୟବସ୍ଥା କରିଥିଲେ । ୧୧୪ଜଣଙ୍କ ମଧ୍ୟରେ ଶେରଗଡ଼ ବ୍ଲକ୍ର ବ୍ରାହ୍ମଣଛାଇ ଅଂଚଳର ୪୦ଜଣ ଥିବାବେଳେ ବଳକା ଅନ୍ୟ ବ୍ଲକ୍ ଅଂଚଳର ରହିଛନ୍ତି । ଏହି ଯାତ୍ରୀମାନଙ୍କ କୋଭିଦ ପରୀକ୍ଷା କରାଯିବ । ଯଦି ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ଥାଆନ୍ତି ତେବେ ପୁଣି ସମସ୍ତଙ୍କୁ ପରୀକ୍ଷା କରାଯାଇ ୧୪ଦିନ ପରେ ଛଡ଼ାଯିବ । ସର୍ବମୋଟ ୨୧୭ଜଣ ପ୍ରବାସୀ ଓଡ଼ିଆ ବସ୍ରେ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କ ଶରୀରରେ ତାପପାତ୍ର ସାମାନ୍ୟ ଅଧିକ ଥିବାରୁ ନମୂନା ପରୀକ୍ଷା ପାଇଁ ମେଡ଼ିକାଲ୍କୁ ପଠାଯାଇଛି । ସରକାରଙ୍କ ଗାଇଡ୍ ଲାଇନ ପ୍ରକାରେ ଏଣିକି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆସିବାରେ କୌଣସି ଆପତ୍ତି ନହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏକ ଘରୋଇ ବସ୍ରେ ପୁରୁଷୋତ୍ତମପୁର ବ୍ଲକ୍ ଅଂଚଳର ୫୫ଜଣ ବ୍ରହ୍ମପୁରକୁ ଆସୁଛନ୍ତି ।