ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ରୋଟାରୀ କ୍ଲବ୍ ତରଫରୁ ଅଟୋମେଟିକ ସାନିଟାଇଜର ଚାମ୍ବର୍ର ଶୁଭାରମ୍ଭ କଲେ ଜିଲ୍ଲାପାଳ ।

YouTube video

ଛତ୍ରପୁରସ୍ଥିତ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଟୋମେଟିକ ସାନିଟାଇଜର ଚାମ୍ବର୍ର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଜନସାଧାରଣ ଉପକାର ପାଇପାରିବେ ବୋଲି ସେ କହିଥିଲେ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଥିବାବେଳେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଜାରି ରହିବା ସହ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କୁଲାଂଗେ ଏଠାରେ ସୁଚନା ଦେଇଥିଲେ । ରୋଟାରୀ କ୍ଲବ୍ ତରଫରୁ ଏହି ସାନିଟାଇଜେସନ ଟେଷ୍ଟିଂ ଚାମ୍ବର ପ୍ରଦାନ କରାଯାଇଛି । କୋଭିଦ-୧୯ ରୋଗୀ ଓ ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ସାନିଟାଇଜେସନ ଚାମ୍ବର ସମସ୍ତଙ୍କ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଇଛ । ଏହି ଅବସରରେ ଜିଲ୍ଲାପାଳଙ୍କ ସହ ଚିକିତ୍ସାଳୟର ବହୁ ଅଧିକାରୀ, ରୋଟାରୀ କ୍ଲବ୍ ସଦସ୍ୟ, ବିଧାୟକ ସୁବାସ ବେହେରା, ଧନଂଜୟ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।