ଗୋସାଇଁନୁଆଗାଁ ଅଂଚଳରେ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧାଭାବେ ସମ୍ବର୍ନ୍ଧିତ କଲେ ଅଂଚଳବାସି, ପୁଷ୍ପ ପ୍ରଦାନ ସହ ଖାଦ୍ୟ ବଣ୍ଟନ ।

YouTube video

କରୋନା ମୁକାବିଲା କ୍ଷେତ୍ରରେ ମହାନଗରରେ ସଫେଇ କର୍ମଚାରୀଙ୍କ ଭୁମିକାକୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା କରାଯାଇଛି । ବୁଧବାର ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୨୫ ତଥା ଗୋସାଇଁନୁଆଗାଁ ଅଂଚଳରେ ୨୨ଜଣ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧାଭାବେ ଅଂଚଳରେ ନିଜ ଜୀବନକୁ ବାଜି ଲଗାଇ ଅଳିଆ ଆବର୍ଜନା ସଫା କରୁଥିବା ଯୋଗୁଁ ସେମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଏହି ଅବସରରେ ବରିÂ ଆଇନଜୀବୀ ତଥା ସମାଜସେବୀ ଲଳିତ ମଂଗରାଜ, ଟୁଲୁ ମଂଗରାଜ, ଗୋପ୍ରେମୀ ତଥା ସ୍ୱେଛାସେବୀ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ୨୫ନଂ ୱାର୍ଡର ସଫେଇ କର୍ମଚାରୀମାନଙ୍କୁ ପୁଷ୍ପ ପ୍ରଦାନ କରିବା ସହ ଖାଦ୍ୟ ବଣ୍ଟନ କରି ସମ୍ବର୍ନ୍ଧିତ କରିଥିଲେ । ସୁପରଭାଇଜର ନରସିଂହ ନାୟକ ଓ ଶତୃଘ୍ନ ଜେନାଙ୍କୁ ମଧ୍ୟ ସଫେଇ କାର୍ଯ୍ୟର ଦାୟିତ୍ୱ ନେଇଥିବା ଯୋଗୁଁ ସମ୍ବର୍ନ୍ଧିତ କରାଯାଇଥିଲା । ଏପରି ଲକ୍ ଡାଉନ ସମୟରେ ସେବାମୂଳକ କାର୍ଯ୍ୟକ୍ରମକୁ ଅଂଚଳବାସୀଙ୍କ ତରଫରୁ ସ୍ୱାଗତ କରାଯାଇଛି ।