ଗଂଜାମକୁ ବହୁ ଲୋକ ହଟ୍ସ୍ପଟ୍ ଅଂଚଳରୁ ଆସୁଥିବାରୁ ସେମାନଙ୍କ କ୍ଷେତ୍ରରେ କରୋନା ଥିବାର ସମ୍ଭାବନା, ତେଣୁ ସଂଗରୋଧ କେନ୍ଦ୍ର ନିକଟକୁ ନ ଯିବାକୁ ଜିଲ୍ଲାପାଳଙ୍କ ନିବେଦନ ।

YouTube video

କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାବାସୀ ନିୟମ କଟକଣାକୁ ମାନିଥିବାରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏଥିପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । କରୋନା କଟକଣା ଜାରି ରହିଥିବାବେଳେ ବାହାର ରାଜ୍ୟରୁ ମଧ୍ୟ ବହୁ ଜନସାଧାରଣ ଆସୁଛନ୍ତି । ତେଣୁ ସେମାନଙ୍କ ପାଇଁ ପ୍ରତି ବ୍ଲକ୍ ଓ ଏନ୍ଏସି ଅଂଚଳରେ ସଂଗରୋଧ କେନ୍ଦ୍ର ଖୋଲାଯାଇଛି । ଯେ କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଆସିଲେ ଉକ୍ତ କେନ୍ଦ୍ର ଗୁଡ଼ିକରେ ୧୪ଦିନ ଧରି ସଂଗରୋଧଭାବେ ରଖାଯିବ । ବହୁ ଲୋକ ହଟ୍ସ୍ପଟ୍ ଅଂଚଳରୁ ଆସୁଥିବା ଯୋଗୁଁ ସେମାନଙ୍କ କ୍ଷେତ୍ରରେ କରୋନା ଥିବାର ସମ୍ଭାବନା ରହିଛି । ତେଣୁ ପ୍ରତି ସଂଗରୋଧ କେନ୍ଦ୍ର ନିକଟକୁ କେହିହେଲେ ନ ଯିବା ପାଇଁ ଜିଲ୍ଲାପାଳ କୁଲାଂଗେ ନିବେଦନ କରିଛନ୍ତି । ଯଦି ଏ କ୍ଷେତ୍ରରେ କେହି ଆଇନ ଖିଲାପ କରେ ତେବେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେଣୁ ଏହି କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।