
ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାଜ୍ୟରେ ମୋଟ ୧୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ୧୨୫ଜଣଙ୍କ ମଧ୍ୟରୁ ୩୮ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ୮୬ଜଣ କରୋନାରେ ସକ୍ରୀୟ ରହିଛନ୍ତି । ଗଂଜାମ ଜିଲ୍ଲାରେ କେହି କରୋନା ପଜିଟିଭ ଭାବେ ଚିହ୍ନଟ ହୋଇନାହାନ୍ତି । ମଂଗଳବାର ସଂଧ୍ୟା ସୁଦ୍ଧା ଗଂଜାମ ଜିଲ୍ଲାରେ ୧ହଜାର ୪୪୪ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆସିଥିବା ରିପୋର୍ଟ ଅନୁଯାୟୀ ୧ହଜାର ୯୫ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୁତ୍ରରୁ ପ୍ରକାଶ । ବିଦେଶରୁ ଆସିଥିବା ୭୬୧ଜଣଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଯାଇଥିବା କୁହାଯାଇଛି । ଗଂଜାମ ଜିଲ୍ଲାରେ କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବାବେଳେ ରୋଗୀଙ୍କ ସ୍ୱାବ ପରୀକ୍ଷା ଜାରି ରହିଛି ।






