ଉକ୍ରଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀରେ ବିଭିନ୍ନ ସଂଗଠନ, ଗଂଜାମ ଓକିଲ ସଂଘ , ଗଂଜାମ ବିଜେପି ପକ୍ଷରୁ ପ୍ରତିମୃତିରେ ପୂଷ୍ପମାଲ୍ୟ ଅର୍ପଣ ସହ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ।

YouTube video

ମଧୁବାବୁଙ୍କ ଜୟନ୍ତୀରେ କରୋନା ଯୋଦ୍ଧାଙ୍କୁ ବରିଷ୍ଠ ନାଗରିକ ମଂଚ ତରଫରୁ ସମ୍ବର୍ନ୍ଧିତ କରାଯାଇଥିଲା । ମଂଚର ପ୍ରତିଷ୍ଠାତା ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଗାନ୍ଧିନଗର ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ପରେ କିଛି ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧାଭାବେ ଫୁଲ ଚନ୍ଦନ ଦେଇ ସାମାଜିକ ଦୁରତା ଓ ମାକ୍ସ ପରିଧାନ ପୂର୍ବକ ସମ୍ବର୍ନ୍ଧନା ଦିଆଯାଇଥିଲା । ଏଥିରେ ବଦ୍ରି ପ୍ରସାଦ ପାତ୍ର, ୟୁ.କାଶିନାଥ ପାତ୍ର, ସି.ଏଚ୍. ହରିସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଶୌଣ୍ଢିକ ସମାଜ ତରଫରୁ ଗାନ୍ଧିନଗର ମୁଖ୍ୟ ଛକ ନିକଟରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ମହାମାରୀ କରୋନା କଟକଣା ଯୋଗୁଁ ନିରାଡ଼ମ୍ବରଭାବେ ସାମାଜିକ ଦୁରତା ରକ୍ଷା କରାଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ସଭାପତି ପ୍ରଭାକର ସାହୁ, ଲକ୍ଷ୍ମୀ ନାରାୟଣ ରାଉତ, ଲୋକ ସମ୍ପର୍କ ଅଧିକାରୀ ଭୀଷ୍ମାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ରଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ସମ୍ମିଳନୀର ସଭାପତି ଡକ୍ଟର ସୁବ୍ରତ କୁମାର ସାହୁ, ଉପଦେଷ୍ଟା ମନ୍ମଥ ପାଢ଼ୀ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଓ ଅନ୍ୟ ସଦସ୍ୟ ସଦସ୍ୟା ମଧୁବାବୁଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି ।