ଲକ୍ ଡାଉନ କଟକଣା ସର୍ତ୍ତେ ମହାନଗରର ବିଭିନ୍ନ ମାଛ ବଜାରରେ ଅମାନିଆ ଗ୍ରାହକଙ୍କ ଭିଡ, ସମଦୁରତା ରକ୍ଷା କରିବା ସହ ମାକ୍ସ ପରିଧାନ କରିବାକୁ ପ୍ରଶାସନର ପରାମର୍ଶ ।

YouTube video

ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବ୍ରହ୍ମପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହୁଛି । ମଦ, ପାନ, ଚା ଦୋକାନ,ରେଷ୍ଟୁରାଣ୍ଟ ଏବଂ ହୋଟେଲ ଆଦି ବନ୍ଦ ରହିଥିବାବେଳେ ଅନ୍ୟ ସମସ୍ତ ଦୋକାନ ସରକାରଙ୍କ ତାଲିକା ଅନୁଯାୟୀ ଖୋଲା ରହୁଛି । ତେଣୁ ଏହି ସମୟରେ ବହୁ ଜନସାଧାରଣ ନିଜ ନିଜ ଆବଶ୍ୟକ ଅନୁଯାୟୀ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିବା ପରିଲକ୍ଷିତ ହୋଇଛି । କମାପଲ୍ଲୀ ଓ ଟାଟାବେଂଚ ଛକ ନିକଟରେ ବହୁ ଦୋକାନ ଖୋଲା ରହିଥିବା ଯୋଗୁଁ ଏଠାରେ ଗ୍ରାହକମାନଙ୍କ ସାମାନ୍ୟ ଭୀଡ଼ ପରିଲକ୍ଷିତ ହୋଇଥିଲା । ତେବେ ହରିଡ଼ାଖଣ୍ଡି ମାଛ ବଜାରରେ ମଂଗଳବାର ଯୋଗୁଁ ଗ୍ରାହକଙ୍କ ପ୍ରବଳ ଭୀଡ଼ ପରିଲକ୍ଷିତ ହୋଇଥିଲା । ଲକ୍ ଡାଉନ କଟକଣା ସତ୍ୱେ ଏଠାରେ କିଛି ଅମାନିଆ ବ୍ୟକ୍ତିଙ୍କ ଭୀଡ଼ ଦେଖିବାକୁ ମିଳିଥିଲା । ବାରମ୍ବାର ପୋଲିସର ତାଗିଦ ସତ୍ୱେ ଏହି ଅଂଚଳରେ ଜନସାଧାରଣ ସଚେତନ ନ ହୋଇ ମାଛ କିଣିବାପାଇଁ ସମ ଦୁରତା ରକ୍ଷା ନ କରି ଅଧିକ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଛି । ତେଣୁ ଜନସାଧାରଣ କରୋନା ମହାମାରୀ ବିପଦରୁ ବଂଚିବାପାଇଁ ସମଦୁରତା ରକ୍ଷା କରିବା ସହ ମାକ୍ସ ପରିଧାନ କରିବାପାଇଁ କୁହାଯାଇଛି ।