ରାଜ୍ୟ ସରକାର ଓ ଗୁଜରାଟ ସରକାରଙ୍କ ସହଯୋଗରେ ୪ଟି ବସ୍ ଯୋଗେ ସୁରାଟରୁ ଗଂଜାମ ଜିଲ୍ଲା ଫେରୁଛନ୍ତି ୨୨୮ଜଣ ଶ୍ରମିକ, ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରଖାଯିବ ବୋଲି କହିଲେ ଜିଲ୍ଲାପାଳ ।

YouTube video

ଗଂଜାମ ଜିଲ୍ଲାର ୨୨୮ଜଣ ଶ୍ରମିକଙ୍କୁ ରାଜ୍ୟ ସରକାର ଓ ଗୁଜରାଟ ସରକାରଙ୍କ ସହଯୋଗ ପରେ ୪ଟି ବସ୍ ଯୋଗେ ସୁରାଟରୁ ଶ୍ରମିକମାନଙ୍କୁ ଅଣାଯାଉଛି । ସୋମବାର ଏହି ଶ୍ରମିକମାନେ ସୁରଟ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଗଂଜାମ ଜିଲ୍ଲାକୁ ଆସୁଛନ୍ତି । ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସେମାନେ ପହଂଚିବା ପରେ ସୀମାରେ ସ୍କ୍ରିନିଂ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ ୧୪ଦିନିଆ ସଂଗରୋଧରେ ରଖାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଲକ୍ ଡାଉନ ଉଠିବା ପୂର୍ବରୁ ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଆଇନ ସମ୍ମତଭାବେ ଘରକୁ ଫେରିଥିବାରୁ ଏହାକୁ ନେଇ ଅନ୍ୟ ଅଟକ ଶ୍ରମିକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି । ଏହି ଶ୍ରମିକମାନେ ନିଜ ଖର୍ଚ୍ଚରେ ଏପରି ଯାତ୍ରା କରିଥିବା କୁହାଯାଇଛି ।