Home Breaking କରୋନା ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇ ଗତ ୩ଦିନ ମଧ୍ୟରେ ଗଂଜାମ ଜିଲ୍ଲାକୁ ୩ଟି...

କରୋନା ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇ ଗତ ୩ଦିନ ମଧ୍ୟରେ ଗଂଜାମ ଜିଲ୍ଲାକୁ ୩ଟି ଡଂଗା ସାହାର୍ଯ୍ୟରେ ସମୁଦ୍ର ପଥରେ ଚେନ୍ନାଇରୁ ଫେରିଲେ ବହୁ ମତ୍ସ୍ୟଜୀବୀ ଓ ଶ୍ରମିକ ।

YouTube video

ଗତ ୩ଦିନ ମଧ୍ୟରେ ଗଂଜାମ ଜିଲ୍ଲାକୁ ୩ଟି ଡଂଗା ସାହାର୍ଯ୍ୟରେ ଚେନ୍ନାଇଠାରୁ ବହୁ ମତ୍ସ୍ୟଜୀବୀ ତଥା ଶ୍ରମୀକ ଶ୍ରେଣୀର ବ୍ୟକ୍ତି କରୋନା ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇ ସମୁଦ୍ର ପଥ ଦେଇ ଫେରିଛନ୍ତି । ପ୍ରଥମ ଦିବସରେ ୩୯ଜଣ ଏକ ଡଂଗାରେ ଚେନ୍ନାଇରୁ ଆସି ଗିରିସୋଲା ଥାନା ଅଂଚଳରେ ଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଛନ୍ତି । ସେହିପରି ଦ୍ୱିତୀୟ ଦିବସରେ ୩୮ଜଣ ଚେନ୍ନାଇଠାରୁ ବିପଦ ସଂକୁଳ ଅବସ୍ଥାରେ ଏକ ଡଂଗାରେ ଆସି ପାତି ସୁନାପୁର ସମୁଦ୍ର କୁଳ ଅଂଚଳରେ ଓହ୍ଲାଇବା ପରେ ସେମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସୋମବାର ୩୮ଜଣ ଏକ ଡଂଗାରେ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ଉଦ୍ଧାର କରାଯାଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ପୁଣି ଥରେ ମଂଗଳବାର ରାତିରେ ଚେନ୍ନାଇଠାରୁ ୩୩ଜଣ ଆସି ଛତ୍ରପୁର ବ୍ଲକ୍ ସାନ ଆର୍ଯ୍ୟପଲ୍ଲୀଠାରେ ପହଂଚିବାପରେ ସେମାନଙ୍କୁ ତନଖି କରାଯାଇ ସାନ ଆର୍ଯ୍ୟପଲ୍ଲୀ ସ୍କୁଲ ମଧ୍ୟରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଡଂଗାକୁ କିଣି ସମସ୍ତେ ବିପଦ ସଂକୁଳ ଅବସ୍ଥାରେ ସମୁଦ୍ର ପଥ ଦେଇ ପହଂଚିଥିଲେ । ସେମାନଙ୍କ ମଧ୍ୟରେ ଆର୍ଯ୍ୟପଲ୍ଳୀ ଗ୍ରାମର ୨୧ଜଣ, ଚିକିଟି ବ୍ଲକ୍ର ୭ଜଣ, ରଂଗେଇଲୁଣ୍ଡା ବ୍ଲକ୍ର ଜଣେ, ପୁରୀ ଜିଲ୍ଲାରୁ ଜଣେ ଓ ଶ୍ରୀକାକୁଲମ୍ ଜିଲ୍ଲାରୁ ୩ଜଣ ଆସିଥିବା ଜଣାପଡ଼ିଛି । ରାତ୍ର ସମୟରେ ସ୍ଥାନୀୟ ବିଡିଓ, ତହସିଲଦାର, ଏବିଡିଓ, ଚମାଖଣ୍ଡି, ଛତ୍ରପୁର ଓ ମେରାଇନ ଥାନାଧିକାରୀ, ବଡ଼ ଆର୍ଯ୍ୟପଲ୍ଲୀ ସରପଂଚ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ମୁନିସିପେଣ୍ଠ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସୁପର ଭାଇଜର କ୍ରୃଷ୍ଣଚନ୍ଦ୍ର ଜେନା, ପୁର୍ଣ୍ଣଚନ୍ଦ୍ର ବେହେରା ଓ ରୁପେଶ ପାଣିଗ୍ରାହୀ ପ୍ରମୁଖ ଅନୁରୁପ ଏଠାରେ ଉପସ୍ଥିତ ରହି ଡଂଗାରେ ଆସିଥିବା ବ୍ୟକ୍ତିମାନଙ୍କ ପରୀକ୍ଷା କରିଥିଲେ ।