ନୀଳକଂଠେଶ୍ୱର ମନ୍ଦିର ନିକଟରେ ନିଜ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା, ଗୋସାଇଁନୁଆଗାଁ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ।

ନୀଳକଂଠେଶ୍ୱର ମନ୍ଦିର ନିକଟରେ ସୋମବାର ଜନୈକ ବ୍ୟକ୍ତି ନିଜ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ଓ ଘର ପିଚିପିଚା ନଗର ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ଗୋସାଇଁନୁଆଗାଁ ଥାନାଧିକାରୀ ସୁମିତ ସୋରେନ ସାଇଣ୍ଟିଫିକ୍ ଟିମ୍ ସହ ଏହାର ତଦନ୍ତ ଚଳାଇଛନ୍ତି । ଏଥିନେଇ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଛି । ମନ୍ଦିର ନିକଟରେ ଏପରି ଘଟଣା ପରେ ସିସିଟିଭି ଫୁଟେଜ ଯାଂଚ କରାଯାଇଛି ।