
କରୋନା ରୋଗୀଙ୍କ ସମଦୁରତା ଅବଲମ୍ବନ କରି ପରୀକ୍ଷା କରିବା ପାଇଁ ବ୍ରହ୍ମପୁର ଆଇଟିଆଇ ଶିକ୍ଷାନୁଷ୍ଠାନ ତରଫରୁ ଏକ ସ୍ୱତନ୍ତ୍ର ଟେଷ୍ଟିଂ ଚାମ୍ବର୍ ପ୍ରସ୍ତୁତ କରାଯାଇଛି । ଏହି ଚାମ୍ବର ମାଧ୍ୟମରେ ଡାକ୍ତରମାନେ ମାକ୍ସ ଓ ଗ୍ଲୋବ୍ସ ପରିଧାନ କରି ଚାମ୍ବର ଭିତରେ ରହି ରୋଗୀମାନଙ୍କ ଠାରୁ ସ୍ୱାବ ପରୀକ୍ଷା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ରୋଗୀମାନଙ୍କ ପାଇଁ ୨ଟି ବକ୍ସ ଓ ଡାକ୍ତରମାନଙ୍କ ପାଇଁ ଗୋଟିଏ ଚାମ୍ବର ଆଇଟିଆଇର କର୍ମଚାରୀମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏହାଦ୍ୱାରା କୋବିଦ-୧୯ର ପରୀକ୍ଷା ସୁରକ୍ଷିତଭାବେ କରାଯାଇପାରିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଇଂ.ରଜତ କୁମାର ପାଣିଗ୍ରାହୀ ସୁଚନା ଦେଇଛନ୍ତି ।






