
ଭୂବନେଶ୍ୱର ଜୟଦେବ ଭବନଠାରେ ବିଜୁ ପଟନାୟକ କ୍ରୀଡ଼ା, ସହାସିକତା ଓ ସମାଜସେବା ପୁରସ୍କାର – ୨୦୧୮ ଅବସରରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଖ୍ୟାତନାମା ଭାରୋତ୍ତଳନକାରୀ ଭକ୍ତରାମ ଦେସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ସମ୍ବର୍ନ୍ଧିତ କରାଯାଇଥିଲା । ଏହି ଅବସରରେ ଦେସ୍ତିଙ୍କୁ ୧ଲକ୍ଷ ୭୩ହଜାର ଟଙ୍କା ସହାୟତା ବାବଦକୁ ରାଶି ପ୍ରଦାନ କରାଯାଇଥିଲା । ପରେ ପରେ ବ୍ରହ୍ମପୁର ଷ୍ଟାଡିୟମ୍ ପରିସରରେ ଦେସ୍ତିଙ୍କୁ କ୍ରୀଡ଼ା ସଂସଦ, କ୍ରୀଡ଼ା ଛାତ୍ରାବାସ, ଓ କ୍ରୀଡ଼ା ପ୍ରେମୀଙ୍କ ଦ୍ୱାରା ଶୁଭକାମନା ପୂର୍ବକ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଅଶୋକ କୁମାର ସାହୁ, ଅକ୍ଷୟ ପଟନାୟକ, ବୃନ୍ଦାବନ ବିଶୋୟୀ, ଦୀନବନ୍ଧୁ ପାତ୍ର, କାଜଲ ସାହୁ, ଶରତ ମହାପାତ୍ର ଓ ଭକ୍ତରାମଙ୍କ କୋଚ୍ ସୀତା ଜେନାଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।






