Home Breaking ସମୁଦ୍ର ପଥରେ ୨ଦିନ ପୂର୍ବେ ଚେନ୍ନାଇରୁ ୩୮ଜଣ ଡଂଗା ଯୋଗେ ପାତିସୁନପୁରରେ ପହଂଚିବା ପରେ...

ସମୁଦ୍ର ପଥରେ ୨ଦିନ ପୂର୍ବେ ଚେନ୍ନାଇରୁ ୩୮ଜଣ ଡଂଗା ଯୋଗେ ପାତିସୁନପୁରରେ ପହଂଚିବା ପରେ ପୁଣି ଥରେ ଏକ ଡଂଗାରେ ୩୯ଜଣଙ୍କ ମଧ୍ୟରୁ୨୫ଜଣପଂହଚିଲେ ଗଂଜାମରେ ।

୨ଦିନ ପୂର୍ବେ ଚେନ୍ନାଇରୁ ୩୮ଜଣ ଡଂଗା ଯୋଗେ ସମୁଦ୍ରରେ ପାତିସୁନପୁରରେ ପହଂଚିବା ପରେ ସୋମବାର ପୁଣି ଥରେ ଏକ ଡଂଗାରେ ୩୯ଜଣଙ୍କ ମଧ୍ୟରୁ୨୫ଜଣ ଗଂଜାମରେ ପଂହଛିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨ଦିନ ପୂର୍ବେ ପହଂଚିଥିବା ଲୋକମାନଙ୍କ ସ୍ୱାବ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସୋମବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ସମୁଦ୍ରକୁଳ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଡଂଗାରେ ଫେରୁଥିବା ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ରହିବା, ଖାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷ କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।