
ପବିତ୍ର ଅକ୍ଷୟ ତୃତୀୟାରେ ଚାଷ କାର୍ଯ୍ୟ ଅନୁକୁଳ ହୋଇଥାଏ । ଏଣୁ ମହାନଗରର ଆଖପାଖ ଗ୍ରାମାଂଚଳରେ ଚାଷୀମାନେ ଚାଷ କାର୍ଯ୍ୟ ଅନୁକୁଳ କରିଥିଲେ । ଯଥାରିତିି ନିୟମାନୁଯାୟୀ ପୂଜକଙ୍କ ମନ୍ତ୍ରପାଠ ଓ ପୂଜାର୍ଚ୍ଚନା ପରେ ନିଜ ନିଜ ଜମିରେ ଚାଷ କାର୍ଯ୍ୟର ଅନୁକୁଳ କରାଯାଇଥିଲା । ଏହି ଅବସରରେ ବାଇଗଣବାଡ଼ି ଗ୍ରାମର ଚାଷୀ ତଥା ସମବାୟବିତ୍ ନିୟମ ମୁତାବକ ପୂଜାର୍ଚ୍ଚନା କରି ଚାଷ କାର୍ଯ୍ୟ ଅନୁକୁଳ କରିଥିଲେ । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ଚାଷ ଅନୁକୁଳ କାର୍ଯ୍ୟ ବିଶେଷ ଭାବେ ହୋଇପାରିନାହିଁ ।






